Flat 10% Off Upto 10AED - Use Code FLAT10
Purchase Any Book And Get 5AED Off - Use Code FIRST
Acharya Swami Jagannathଆଚାର୍ଯ୍ୟ ସ୍ୱାମୀ ଜଗନ୍ନାଥ ବିଶ୍ୱରେ ଜଣେ ଭିନ୍#2856;କ୍ଷମ ସଂବୁଦ୍ଧ ସନ୍ଥ । ତାଙ୍କରି ସଂସାରୀ ନାମ ଶ୍ରୀ ଜଗନ୍ନାଥ ନାୟକ । ୧୯୫୭ ମସିହା ଫେବୃୟାରୀ ୫ ତାରିଖ ଦିନ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ସେ ପିତା ସ୍ୱର୍ଗତ ନୃସିଂହ ଚରଣ ନାୟକ ଓ ମାତା ସ୍ୱର୍ଗତ ଲକ୍ଷ୍ମୀପ୍ରିୟା ନାୟକଙ୍କର ଜ୍ୟେଷ୍ଠ ପୁତ୍ର । ତାଙ୍କର ବାଲ୍ୟକାଳ ଭଦ୍ରକ ଜିଲ୍ଲା (ଧୁଷୁରୀ) ଗ୍ରାମରେ ଅତିବାହିତ ହୋଇଛି । ଜନ୍ମରୁ ଦିବ୍ୟାଙ୍ଗ ଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ମନେକରି ପରିବାର ବର୍ଗ ଶ୍ରଦ୍ଧାରେ ନାମ ରଖିଥିଲେ ଜଗନ୍ନାଥ । ୧୯୭୯ ମସିହାରେ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିବା ବେଳେ ଭଗବାନ ଓଶୋଙ୍କର ସାନିଧ୍ୟ ପାଇଥିଲେ । କିନ୍ତୁ ଅସ୍ତିତ୍ୱର ନିର୍ଦ୍ଦେଶରେ ଓଶୋଙ୍କର କନିଷ୍ଠ ଭ୍ରାତା ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀଙ୍କଠାରୁ ସନ୍ୟାସ ଦୀକ୍ଷା ନେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ଜଣେ ଅଧିକାରୀ ଥାଇ, ସାଧନାର ଶିଖରକୁ ଯିବା ଏକ ବିରଳ ଦୃଷ୍ଟାନ୍ତ । ଗତ ଡିସେମ୍ବର ୧୭, ୨୦୦୬ ମସିହାରେ ତାଙ୍କର ପ୍ରଥମ ଘଟଣା ଘଟିଥିଲା । ସଦ୍]ଗୁରୁଙ୍କର ନିର୍ଦ୍ଦେଶରେ ତାଙ୍କୁ ଆଚାର୍ଯ୍ୟଶ୍ରୀ ଓଶୋ ଜଗନ୍ନାଥ ନାମରେ ନାମିତ କରାଗଲା । ବର୍ତ୍ତମାନ ସେ ଓଶୋ ସୁଗନ୍ଧ ଆଧ୍ୟାତ୍ମିକ ସଂସ୍ଥାର ଜଣେ ଆଚାର୍ଯ୍ୟ । ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାର ରାଉରକଲା, ଭୁବନେଶ୍ୱର ଓ ପୁରୀଠାରେ ତିନୋଟି ଧ୍ୟାନକେନ୍ଦ୍ର ସ୍ଥାପିତ ହୋଇଛି । ଚାକିରିରୁ ଅବସର ପରେ, ବିଭିନ୍ନ ସ୍ଥାନରେ ସତ୍]ସଙ୍ଗ ଓ ଧ୍ୟାନ ସାଧନା ଶିବିରର ଆୟୋଜକ ଓ ସଂଚାଳକ । ତାଙ୍କରି ନିଶୁଳ୍କ ଧ୍ୟାନ ଅଭିଯାନର ସଫଳତା ପାଇଁ ଅସ୍ତିତ୍ୱ ନିକଟରେ ଅହୋଭାବ ପ୍ରକଟ କରୁଛି । Read More Read Less
An OTP has been sent to your Registered Email Id:
Resend Verification Code