Biranchi Kumar Sahooଡକ୍ଟର ବିରଂଚି କୁମାର ସାହୁ (୧୯୭୦), ଜଣେ ପ୍ରାବନ୍55;ିକ ଓ ସମାଲୋଚକ ଭାବେ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚିତ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତୀକ୍ଷ୍]ଣ ଅନ୍ତର୍ଦୃଷ୍ଟି, ଗଭୀର ଅବଲୋକନ ତଥା ତତ୍ତ୍ୱନିଷ୍ଠ ଆଲୋଚନା ତାଙ୍କ ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଭିନ୍ନ ଦୃଷ୍ଟି, ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ, ରଞ୍ଜିତା ନାୟକ କାବ୍ୟବୀକ୍ଷା ଓ ସୃଜନ ସମୀକ୍ଷା, ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ, ଶିଶିର ଶୀର୍ଷର ସୂର୍ଯ୍ୟ, ନାଟ୍ୟବୀକ୍ଷା ଓ ନାଟ୍ୟ ସମୀକ୍ଷା ପ୍ରଭୃତି ଗ୍ରନ୍ଥ ତାଙ୍କ ବଳିଷ୍ଠ ସମାଲୋଚନା ସର୍ଜନାର ସ୍ୱର ଓ ସ୍ୱାକ୍ଷର । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର, ମନୀଷୀ ମନୋଜ, ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ତାଙ୍କ ସମ୍ପାଦନା କଳାର ଫଳଶ୍ରୁତି । Read More Read Less
An OTP has been sent to your Registered Email Id:
Resend Verification Code