Pranabandhu Karପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪- ୩୦ ମାର୍ଚ୍ଚ 19;୯୯୮)ଙ୍କ କରସ୍ପର୍ଶରେ ଉଭୟ କ୍ଷୁଦ୍ରଗଳ୍ପ ଓ ନାଟ୍ୟସାହିତ୍ୟ ସମୃଦ୍ଧ ହୋଇଥିଲେ ହେଁ ନାଟକ ରଚନା କ୍ଷେତ୍ରରେ ତାଙ୍କର ସ୍ୱାକ୍ଷର ଉଜ୍ଜ୍ୱଳତର । ତାଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ରଗଳ୍ପର ନାଟ୍ୟରୂପ 'ଶ୍ୱେତପଦ୍ମା' କଲିକତାଠାରେ ୧୯୫୮ ମସିହାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେ ବହୁ ଏକାଙ୍କିକାର ସ୍ରଷ୍ଟା, ଯେଉଁଗୁଡ଼ିକ 'ଏକାଙ୍କିକା ଏକ' ଓ 'ଏକାଙ୍କିକା ଦୁଇ'ରେ ସଂକଳିତ । ତାଙ୍କ ଏକାଙ୍କିକା ଓ ନାଟକରେ ଉନ୍ନତ କଳାବୋଧ ନିହିତ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିକ୍ଷଣୀୟ ହେତୁ ଉପାଦେୟ । ଚମତ୍କାର ସଂଳାପ ମାଧ୍ୟମରେ ହାସ୍ୟ, କାରୁଣ୍ୟ ଇତ୍ୟାଦି ବିଭିନ୍ନ ରସ ପରିବେଷଣ କରି ଦର୍ଶକମାନଙ୍କ ମନରେ ହର୍ଷବିଷାଦ ସୃଷ୍ଟି କରାଇବାରେ ସେ ଜଣେ ଦକ୍ଷ ଶିଳ୍ପୀ । ମାନବ ମନସ୍ତତ୍ତ୍ୱ ବିଶ୍ଳେଷଣରେ ସେ କେତେଦୂର ପାରଙ୍ଗମ, ତାହା ପ୍ରମାଣ କରେ ତାଙ୍କ ନାଟକ 'ଅଶାନ୍ତ' । 'ସ୍ନାୟୁ ସଂହାର' ଓ 'ଦୁଃଖାବତରଣ' ତାଙ୍କ ଦ୍ୱାରା ରଚିତ ଆଉ ଦୁଇଟି ନାଟକ । ଏହା ବ୍ୟତୀତ 'ମାମୁ', 'ଛମାଣ ଆଠଗୁଣ୍ଠ', 'ଲଛମା', 'ମାଟିର ମଣିଷ' ଆଦି କେତେକ ପ୍ରସିଦ୍ଧ ଉପନ୍ୟାସର ନାଟ୍ୟ ରୂପାନ୍ତରୀକରଣ ମଧ୍ୟ ତାଙ୍କ ସାଫଲ୍ୟର ଅନ୍ୟ ଏକ କ୍ଷେତ୍ର । ମୂଳ ରଚନାର ଭାବ ଓ ପରିବେଶକୁ ଅନାହତ ରଖିବାରେ ସେ ନିଜର ଅପୂର୍ବ ସିଦ୍ଧହସ୍ତତା ପ୍ରମାଣିତ କରିପାରିଛନ୍ତି । ତାଙ୍କର ଗଳ୍ପ ମାନବଧର୍ମୀ । ନାଟକୀୟ ପ୍ରକାଶଭଙ୍ଗୀ ଏହାର ଅନ୍ୟତମ ବିଶେଷତ୍ୱ । ସେ 'ଅଶାନ୍ତ' ନାଟକ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାର, 'ସ୍ନାୟୁ ସଂହାର' ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ । Read More Read Less
An OTP has been sent to your Registered Email Id:
Resend Verification Code