Rebati Muduliରେବତୀ ମୁଦୁଲି କଟକ ଜିଲ୍ଲାର ନିଆଳୀ ନିକଟବର୍ତ୍#2852;ୀ କଣ୍ଟାପଡା ଗ୍ରାମରେ ୧୯୮୦ ମସିହା ଫେବୃଆରୀ ୨ ତାରିଖ ଦିନ ପିତା ଧଡ଼େଶ୍ୱର ମୁଦୁଲି ଓ ମାତା କନକଲତା ମୁଦୁଲିଙ୍କ କୋଳମଣ୍ଡନ କରିଥିଲେ । ଅଡଶପୁରର ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରୁ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ କଳାବିଭୂଷଣ (ପିଏଚ୍].ଡି) ଉପାଧି ଲାଭ କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଦ୍ୱାରା ପରିଚାଳିତ ଜାତୀୟ ଦକ୍ଷତାମୂଳକ ପରୀକ୍ଷା (ନେଟ୍])ରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୬ ମସିହାରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍].ଏସ୍].ବି.)ଦ୍ୱାରା ଅଧ୍ୟାପିକା ଭାବେ ନିଯୁକ୍ତି ପାଇ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଅଳକା ମହାବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଜଣେ ବିଶିଷ୍ଟ ଗବେଷିକା ଭାବରେ ତାଙ୍କର ଗବେଷଣାଧର୍ମୀ ପ୍ରବନ୍ଧଗୁଡ଼ିକ ଇସ୍ତାହାର, ସୃଜନସ୍ୱପ୍ନ, ନିର୍ବାଣ ପ୍ରଭୃତି ଓଡ଼ିଶାର ସୁପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶ ପାଇଛି । 'ବୀଣାପାଣି ମହାନ୍ତିଙ୍କ ସୃଷ୍ଟି ଓ ଦୃଷ୍ଟି\' ଏକ ପାଠୋପଯୋଗୀ ଗବେଷଣା ଗ୍ରନ୍ଥ । ଏହି ସୃଷ୍ଟିଟି ଛାତ୍ର-ଛାତ୍ରୀ, ଗବେଷକ-ଗବେଷିକା ଓ ବୀଣାପାଣିପ୍ରେମୀ ବିଦଗ୍ଧ ପାଠକ-ପାଠିକାମାନଙ୍କଦ୍ୱାରା ଆଦୃତ ହେବ ବୋଲି ଆମର ବିଶ୍ୱାସ । Read More Read Less
An OTP has been sent to your Registered Email Id:
Resend Verification Code