Satyapriya Mahalikସତ୍ୟପ୍ରିୟ ମହାଳିକ (୧୯୬୨) ଅଶି ପରବର୍ତ୍ତୀ କଥା 2;ାହିତ୍ୟରେ ଏକ ନୂତନ ବିତର୍କ । ଭଦ୍ରକ ଜିଲ୍ଲାର ନଳବାଙ୍କରେ ଜନ୍ମିତ ସତ୍ୟପ୍ରିୟ ବର୍ତ୍ତମାନ କୋହ୍ଲାନ ବିଶ୍ୱବିଦ୍ୟାଳୟ (ଝାଡ଼ଖଣ୍ଡ) ଅଧୀନରେ ଡିନ ଓ ଜାମସେଦପୁର ୱାର୍କର୍ସ କଲେଜର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଛନ୍ତି । କଥାତନ୍ତ୍ର, ସରିନଥିବା ଏକ ଲୋକକଥା, କୁହୁକ ଦର୍ପଣ, ମିଛ ସହିତ ଏକ ପ୍ରୟୋଗ, ବିସର୍ଜନ ଓ ଅନ୍ୟାନ୍ୟ ଗଳ୍ପ ଇତ୍ୟାଦି କଥାଗ୍ରନ୍ଥ ତଥା ଶୂନ୍ୟକାଳ, କଭର ଷ୍ଟୋରି, ଅପ୍ରାପ୍ତବୟସ୍କ ଇତ୍ୟାଦି ଉପନ୍ୟାସ ସହିତ ବହୁ ସମାଲୋଚନା, ଶିଶୁ ସାହିତ୍ୟ, ସମ୍ପାଦିତ ତଥା ଅନୁବାଦ ପୁସ୍ତକ ରଚନା କରିଛନ୍ତି । ଅପାରମ୍ପରିକ କଥା ସଂରଚନା, ଯାଦୁକରୀ ପ୍ରୟୋଗ ତଥା ତୃଣମୂଳ ସ୍ତରୀୟ କଥ୍ୟ ସଂଯୋଜନା ପାଇଁ ସେ ଚର୍ଚ୍ଚିତ । ସତ୍ୟପ୍ରିୟଙ୍କୁ ଉପନ୍ୟାସ 'ଶୂନ୍ୟକାଳ' ପାଇଁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୫) । Read More Read Less
An OTP has been sent to your Registered Email Id:
Resend Verification Code